ପ୍ରମୂଖ ଖବର
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

୨୦୨୫ରେ ଏହି ରାଶିର ଲଭ୍‌ ଲାଇଫ୍‌ କେମିତ ରହିବ ଜାଣନ୍ତୁ

Published By : Prameya | January 6, 2025 10:45 AM

ଭୁବନେଶ୍ୱର ୦୬/୦୧: ଆସିସାରିଛି ୨୦୨୫ । ପ୍ରେମଜୀବନ ପାଇଁ ଏହି ବର୍ଷଟି କାହାପାଇଁ କେଉଁ ବାର୍ତ୍ତା ଆଣିଛି, ରାଶି ଅନୁସାରେ ଜାଣିବା ଆସନ୍ତୁ ।

ମେଷ  : ନୂଆବର୍ଷରେ ଆପଣ ସମ୍ପର୍କକୁ ଖୁବ୍‌ ବୁଝିବିଚାରି ଧୈର୍ଯ୍ୟର ସହ ଆଗକୁ ନେବାକୁ ହେବ । ଶନିଙ୍କର ସାଢ଼େ ସାତି ପ୍ରଭାବ ରହୁଥିବାରୁ ଛୋଟ କଥାକୁ ନେଇ ନିଜ ଜୀବନସାଥୀଙ୍କ ସହିତ ଭୁଲ୍‌ ବୁଝାମଣା ସୃଷ୍ଟି ହେବାର ସମ୍ଭାବନା ରହୁଛି । ଏଣୁ ପରସ୍ପର ମଧ୍ୟରେ ବିଚାରବିମର୍ଷ,ବୁଝାମଣାକୁ ପ୍ରାଧାନ୍ୟ ଦିଅନ୍ତୁ । 

ବୃଷ : ଏହି ବର୍ଷ ଆପଣଙ୍କ ପାଇଁ ପ୍ରେମ ଜୀବନ ଖୁବ ରୋମାଣ୍ଟିକ୍‌ ରହିବ । ଗୁରୁ ବୃହସ୍ପତିଙ୍କ ଆଶୀର୍ବାଦରୁ ସମ୍ପର୍କ ଗଭୀର ହେବ । ବିବାହ ଯୋଗ୍ୟ ତରୁଣତରୁଣୀଙ୍କ ପାଇଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ଲାଗି ଭଲ ସମୟ ।

ମିଥୁନ : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରେମ-ଜୀବନ ଖୁବ୍‌ ସକାରାତ୍ମକ ରହିବ । ବର୍ଷ ଆଗକୁ ଗଡ଼ିବା ସହିତ ସମ୍ପର୍କ ନିବିଡ଼ତର ହେବ । ୨୦୨୫ ଆପଣଙ୍କୁ ଶିଖାଇବାର ସୁଯୋଗ ସୃଷ୍ଟି କରିବ ଯେ କିପରି ଧୈର୍ଯ୍ୟ ତଥା ବିଚାର ସହିତ ପ୍ରେମ ସମ୍ପର୍କକୁ ଅଧିକ ମଜବୁତ କରିହୁଏ ।

କର୍କଟ : ୨୦୨୫ ପ୍ରେମ ଜୀବନ ପାଇଁ ଖୁସି ଏବଂ ନୂତନତାର ବର୍ଷ ହେବ । ଯେଉଁମାନେ ଏପର୍ଯ୍ୟନ୍ତ ଏକୁଟିଆ ଅଛନ୍ତି ସେମାନଙ୍କର ହୃଦୟ କାହା ସହ ଯୋଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରେମ ବିବାହ କରିବାର ବିଚାର କରୁଥିଲେ ଏହି ବର୍ଷ ସବୁଠୁ ଅନୁକୂଳ ଅଟେ । କାରଣ ଆପଣଙ୍କ ଯୋଜନା ସହ ପରିବାର ସହମତ ହୋଇପାରନ୍ତି ।

କନ୍ୟା : ୨୦୨୫ ପ୍ରେମ ଜୀବନ ମଧୁରତା ଭରା ରହିବ । ସମ୍ପର୍କ ଆଗକୁ ବଢ଼ାଇବାକୁ ଚାହୁଁଥିଲେ, ଏହି ସମୟ ଉପଯୁକ୍ତ ଅଟେ । ଆପଣ ଏବଂ ଆପଣଙ୍କ ଜୀବନ ସାଥୀଙ୍କ ମଧ୍ୟରେ ସହଯୋଗ ଏବଂ ପ୍ରେମ ବଢ଼ିବ, ଏଣୁ ଆନନ୍ଦିତ ରହିବେ ।

ସିଂହ : ୨୦୨୫ ଆପଣଙ୍କ ପାଇଁ ରୋମାଣ୍ଟିକ୍‌ ହେବା ସହିତ ନୂଆ ଅୟମାରମ୍ଭର ବର୍ଷ ଭାବେ ସାବ୍ୟସ୍ତ ହେବ । ଦୁଇଜଣଙ୍କ ମଧ୍ୟରେ ଯେହେତୁ ବୁଝାମଣା ଉତ୍ତମ ରହିବ । ଏଣୁ କୌଣସି ବଡ଼ ନିର୍ଣ୍ଣୟ ମିଳିମିଶି ନେଇପାରନ୍ତି । ଯଦି ଆପଣ ଅବିବାହିତ ତେବେ ଖାସ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ଏବଂ ଆକର୍ଷିତ ହେବାର ସମ୍ଭାବନା ରହିଛି । 

ତୁଳା : ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନରେ ଚଳିତ ବର୍ଷ କିଛି ଚାଲେଞ୍ଜ ଆସିପାରେ । ସମ୍ପର୍କରେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବା ସହିତ ପ୍ରାରମ୍ଭରେ ସମସ୍ୟା ଦେଖାଦେବ, ମାତ୍ର ପରବର୍ତ୍ତୀ ସମୟରେ ଏହି ଉଠାପକା ସମ୍ପର୍କରେ ସ୍ଥିରତା ଆସିବ । ଆପଣ ବିବାହ କରିବାକୁ ଚାହୁଁଥିଲେ ଏହାକୁ ବାସ୍ତବ ରୂପ ଦେବାରେ କୌଣସି ସମସ୍ୟା ଅବଶ୍ୟ ନାହିଁ ।

ବିଛା : ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରେମ ଜୀବନ ରୋମାଞ୍ଚକ ତଥା ପ୍ରେରଣାଦାୟୀ ସମୟ ଦେଇ ଗତି କରିବ । ବର୍ଷର ପ୍ରଥମ ତିନିମାସ ପ୍ରେମ ସମ୍ପର୍କରେ ଜବରଦସ୍ତ ଉନ୍ନତି ହେବ । ଦୂରତା ଦୂର ହେବ ଏବଂ ବିଶ୍ୱାସ ବଢ଼ିବ । କୌଣସି ନୂଆ ବ୍ୟକ୍ତିତ୍ୱ ଭେଟ ହେବେ ଏବଂ ଯାହାଙ୍କ ପ୍ରତି ଆପଣଙ୍କ ହୃଦୟରେ ଆକର୍ଷଣ ଅନୁଭବ କରିପାରନ୍ତି । ବର୍ଷର ଶେଷ ଭାଗ ମଧ୍ୟ ପ୍ରେମ ସମ୍ପର୍କ ବେଶ ମଧୁର ପରିପୂର୍ଣ୍ଣ ରହିବ ।

ଧନୁ : ଆପଣଙ୍କ ପ୍ରେମ ଜୀବନ ବହୁତ ରୋମାଞ୍ଚକ ରହିବ । ସାଥୀଙ୍କ ସହିତ ନୂଆ ଯାତ୍ରା କରିବେ ଏବଂ ନୂଆ ଅନୁଭବ ସାଉଁଟିବାର ସୁଯୋଗ ପାଇବେ । ଏହା ଦୁହିଁଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ଏବଂ ପ୍ରେମକୁ ଆହୁରି ଗଭୀର କରିବାରେ ସହାୟକ ହେବ ।

ମକର : ଆପଣଙ୍କ ପାଇଁ ମଧ୍ୟ ୨୦୨୫ ସୁମଧୁର ପ୍ରେମ ଜୀବନର ବାର୍ତ୍ତା ନେଇ ଆସିଛି । ସମ୍ପର୍କରେ ଥିବା ତରୁଣତ ରୁଣୀ ନିଜ ଜୀବନ ସାଥିଙ୍କୁ  ଆହୁରି ଭଲ ଭାବେ ବୁଝିବାର ମଉକା ପାଇବେ । ଯଦି ଏବେ ବି ନିଃସଙ୍ଗ, ତେବେ ନୂଆ ସମ୍ପର୍କରେ ଯୋଡ଼ି ହେବାର ସମ୍ଭାବନା ରହିଛି ।

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରେମ ଜୀବନ ସୁଖଦ ଅବସର ତଥା ଆନନ୍ଦପୂର୍ଣ୍ଣ ରହିବ । ଯଦି ଆପଣ କୌଣସି ସମସ୍ୟାକୁ ନଜରଅନ୍ଦାଜ କରନ୍ତି ତେବେ ସମ୍ପର୍କରେ ତିକ୍ତତା ଆସିପାରେ । ଏଣୁ ନିଜ ଭାବନାକୁ ସ୍ପଷ୍ଟ ରୂପେ ଜୀବନସାଥୀ ଆଗରେ ରଖି ତିକ୍ତତା ଦୂର କରିବା ଦରକାର । ପରବର୍ତ୍ତୀ ସମୟରେ ସମ୍ପର୍କରେ ରୋମାଞ୍ଚ ଏବଂ ନୂଆପଣ ଆସିବ ।

ମୀନ : ୨୦୨୫ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରେମ ଜୀବନରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛି । ବୃହସ୍ପତି ପ୍ରଭାବରେ ଏହି ପରିବର୍ତ୍ତନ ଅବଶ୍ୟ ସକାରାତ୍ମକ ରହିବ । ରୋମାଣ୍ଟିକ ଏବଂ ସହଯୋଗିତା ଭିତରେ ଅନ୍ତର ସମ୍ପର୍କ ଆହୁରି ଗଭୀର ହେବ । ସମ୍ପର୍କରେ ଯଦି କେହି ଅଛନ୍ତି, ତେବେ ଏହା ଅଧିକ ଦୃଢ଼ ହୋଇପାରିବ । ଆପଣଙ୍କ ବିଚାର ଆଉ ସଉକିକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ ଚାହୁଁଥିଲେ ଏପ୍ରିଲରୁ ଜୁନ୍‌ ମାସ ସବୁଠୁ ଉପଯୋଗୀ ସମୟ ବୋଲି ଜ୍ୟୋତିଷୀ ମତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.